Browsing Tag

russia-ukraine war

ୟୁକ୍ରେନର ସ୍ୱାଧୀନତା ଦିବସ ପୂର୍ବରୁ ହୋଇପାରେ ଭୟଙ୍କର ରୁଷୀୟ ଆକ୍ରମଣ! ଜେଲେନସ୍କି କହିଲେ, ‘ପ୍ରସ୍ତୁତ ରୁହ…’

ଆଗକୁ ଆସୁଛି ୟୁକ୍ରେନର ସ୍ୱାଧୀନତା ଦିବସ। ସୋଭିଏତ ଶାସନରୁ ଦେଶ ସ୍ୱାଧୀନତା ପାଇବାର ୩୧ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି। ଏହି ସମୟରେ ଭୟଙ୍କର ରୁଷୀୟ ଆକ୍ରମଣକୁ ନଜରରେ ରଖି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଦେଶବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।…

ଜାପୋରଝିଆ ଆଣବିକ କେନ୍ଦ୍ରରେ ରୁଷ୍‌ର ଉପସ୍ଥିତି ପୂରା ୟୁରୋପ ପାଇଁ ବିପଦ, ଯେକୌଣସି ମୁହୂର୍ତ୍ତରେ ବି ହୋଇପାରେ ବିକିରଣ

ରୁଷ୍‌ର ଆଣବିକ ଶିଳ୍ପ ଉପରେ କଠୋର କଟକଣା ଲଗାଯାଉ। ଏମିତି ଆହ୍ଵାନ ଦେଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍‌ସ୍କି। ଜାପୋରଝିଆ ଆଣବିକ କେନ୍ଦ୍ରରେ ବଢ଼ୁଥିବା ବିପଦ ପାଇଁ ରୁଷ୍‌ ଆଣବିକ ଶିଳ୍ପ ଉପରେ କଠୋର କଟକଣା ଲଗାଇବାକୁ ମିତ୍ରରାଷ୍ଟ୍ରଙ୍କୁ କହିଛନ୍ତି ଜେଲେନ୍‌ସ୍କି।…

ଯୁଦ୍ଧକୁ ଆହୁରି ବ୍ୟାପକ କରିବ ରୁଷ୍, ୟୁକ୍ରେନ ସୀମାରେ ରିଭର୍ସ ଫୋର୍ସ

ନୂଆଦିଲ୍ଲୀ : ୟୁକ୍ରେନ ବିରୋଧରେ ବଡ଼ ଅଭିଯାନ ଆରମ୍ଭ କରିଛି ରୁଷ୍ । ୟୁକ୍ରେନ୍ ସୀମାକୁ ମାଡ଼ି ଆସୁଛି ବିଶାଳ ସେନା ବାହିନୀ। ରିଜର୍ଭ ସୈନ୍ୟଙ୍କୁ ଠୁଳ କରୁଛି ମସ୍କୋ। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓ୍ଵାର ଷ୍ଟଡି ମୁତାବକ ଡୋନ୍ବାସ ବାହାରେ ରୁଷ୍ର ଆଖି । ଡୋନବାସ୍ ବ୍ୟତୀତ ଖାରକିଭ୍କୁ ଟାର୍ଗେଟ୍ କରିଛି…

ଆମେ ମସ୍କୋକୁ ଶାନ୍ତିରେ ରହିବାକୁ ଦେବୁନି- ଭୋଲୋଦମିର ଜେଲେନ୍ସ୍କି, ୟୁକ୍ରେନ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ : ସେଭେରୋଡୋନେସ୍କରେ ଚାଲିଛି ଭୀଷଣ ଯୁଦ୍ଧ। ପ୍ରତି ଇଞ୍ଜ ଜମି ପାଇଁ ଚାଲିଛି ଲଢ଼େଇ । ଏବେ ରୁଷ୍-ୟୁକ୍ରେନ୍ ଯୁଦ୍ଧର କେନ୍ଦ୍ର ସ୍ଥଳ ପାଲଟିଛି ପୂର୍ବ ଡୋନ୍ବାସର ଏହି ଅଞ୍ଚଳ । ସୈନ୍ୟ ଆଉ ନାଗରିକଙ୍କ ରକ୍ତରେ ଭିଜୁଛି ସେଭେରୋଡୋନେସ୍କ। ଖାରଖିଭ ଓ ଖାରସେନ ଅଞ୍ଚଳରେ ତୁହାକୁ ତୁହା…

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ଆଜି ୧୦୦ ଦିନ: ନା’ ଅଟକୁଛି ପୁଟିନ୍‌ ସେନା ନା’ ହାର ମାନୁଛନ୍ତି ୟୁକ୍ରେନ୍‌ବାସୀ

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଥିବା ଯୁଦ୍ଧକୁ ଆଜି ଜୁନ୍‌ ୩ରେ ୧୦୦ ଦିନ ହୋଇଛି। କିନ୍ତୁ ଏବେ ଯାଏଁ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି। ରୁଷ୍‌କୁ ପ୍ରଥମେ ଲାଗିଥିଲା ଯେ ସେମାନେ ମାତ୍ର କିଛି ଦିନରେ ହିଁ ଯୁଦ୍ଧ ସାରି ଦେବେ। କିନ୍ତୁ ୟୁକ୍ରେନ୍‌ ତାଙ୍କୁ କଡ଼ା ଟକ୍କର ଦେଇଛି। ଏହି ଯୁଦ୍ଧ…

ଭୀଷଣ ହେଉଛି ଡୋନବାସ ଲଢ଼େଇ, ୩୦ ହଜାର ସୈନ୍ୟଙ୍କୁ ହରାଇ ସାରିଲାଣି ରୁଷ୍

ନୂଆଦିଲ୍ଲୀ : ଭୀଷଣ ହେଉଛି ଡୋନ୍ବାସ ଲଢ଼େଇ। ଅନେକ ସହରରେ ଚାଲିଛି ତୁମୁଳ ସଂଘର୍ଷ। ୨୪ ଘଣ୍ଟାରରେ ୫୯ ଆବାସିକ ବିଲ୍ଡିଂ ଉପରେ ରୁଷ୍ ସେନା କରିଛି ଅସ୍ତ୍ର ପ୍ରହାର । ରକେଟ୍ ମାଡ଼ରେ ଧ୍ୱଂସ ହୋଇ ଯାଇଛି ବିଲ୍ଡିଂ । ଅନେକ ଲୋକ ମୃତାହତ ହୋଇଛନ୍ତି । ସେଭେରୋଡୋନେସ୍କରେ ଆଗକୁ ବଢ଼ୁଛି ରୁଷ୍ ସେନା ।…

ପୂର୍ବ ୟୁକ୍ରେନ ଡୋନବାସ ଉପରେ ରୁଷସେନାର ସାଂଘାତିକ ଆକ୍ରମଣ, ୪୦ରୁ ଅଧିକ ସହରକୁ ଟାର୍ଗେଟ କରି ମିସାଇଲ ଓ ବୋମା ମାଡ଼

କେନ୍ୟୁଜ୍(ବ୍ୟୁରୋ): ୪୦ ସହରକୁ ରୁଷର ଟାର୍ଗେଟ । ପୂର୍ବ ୟୁକ୍ରେନ ଡୋନବାସ ଉପରେ ରୁଷସେନା ସାଂଘାତିକ ଆକ୍ରମଣ କରୁଛନ୍ତି । ୪୦ରୁ ଅଧିକ ସହରକୁ ଟାର୍ଗେଟ କରି ମିସାଇଲ ଓ ବୋମା ମାଡ଼ କରୁଛନ୍ତି । ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ରୁଷ ହମଲାରେ ୫୨ଟି ଆପାର୍ଟମେଣ୍ଟ…

ବ୍ରିଟିଶ୍‌ ମିଡିଆର ଆଶ୍ଚର୍ଯ୍ୟଜନକ ଦାବି: ନିଜର ଆହତ ସୈନିକଙ୍କୁ ଚିକିତ୍ସା ପରିବର୍ତ୍ତେ ଗୁଳି ମାରି ହତ୍ୟା କରୁଛନ୍ତି…

ଅନେକ ମାସ ହେବ ଜାରି ରହିଛି ରୁଷ୍‌-ୟୁକ୍ରେନ ଯୁଦ୍ଧ। ତଥାପି କେହି କାହାକୁ କମ୍‌ ପଡ଼ୁ ନାହାନ୍ତି। ରୁଷ୍‌ ଆକ୍ରମଣର ଲଗାତାର ଜବାବ ଦେଇ ଚାଲିଛି ୟୁକ୍ରେନ। ତେବେ ଏହି ଯୁଦ୍ଧ ଭିତରେ ଏକ ଆଶ୍ଚର୍ଯ୍ୟଜନକ ଖବର ହୁଏତ ସମସ୍ତଙ୍କୁ ସ୍ତବ୍ଧ କରିଦେବ। ଖବର ରହିଛି ଯେ ୟୁକ୍ରେନ ଯୁଦ୍ଧରେ ଆହତ ନିଜର…

ବଡ଼ ଭୁଲ୍‌ କରିଦେଲା ରୁଷ୍‌! ନିଜର ହିଁ ସୈନିକଙ୍କୁ ଆକ୍ରମଣ କରି ମାରିଦେଲା; ୟୁକ୍ରେନ ଅଧିକାରୀ କହିଲେ, ‘ଧନ୍ୟବାଦ’

ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧକୁ ଅଢ଼େଇ ମାସରୁ ଅଧିକ ସମୟ ହୋଇ ଗଲାଣି। ରୁଷ୍‌ ଆକ୍ରମଣରେ ୟୁକ୍ରେନର ଅନେକ ସହର ବର୍ବାଦ ହୋଇ ସାରିଲାଣି। ତଥାପି କୌଣସି ପ୍ରକାରେ ଥମୁ ନାହିଁ ଲଢ଼େଇ। ଏହାରି ଭିତରେ ୟୁକ୍ରେନ ଦାବି କରିଛି ଯେ ରୁଷ୍‌ର ସେନା ଭୁଲ୍‌ରେ ନିଜର ହିଁ ସୈନିକଙ୍କ ଉପରେ ଆକ୍ରମଣ…

ଯୁଦ୍ଧ ଭିତରେ ‘ସୁପରହିରୋ’ ସାଜିଲା ଏହି ୟୁକ୍ରେନୀ କୁକୁର! ୨୦୦ରୁ ଅଧିକ ଲ୍ୟାଣ୍ଡମାଇନ ସନ୍ଧାନ କରି ବଞ୍ଚାଇଲା ଶହ ଶହ…

ବାସ୍ତବରେ, କୁକୁର ମଣିଷର ସବୁଠାରୁ ଭଲ ସାଙ୍ଗ ହୋଇଥାଏ ଏବଂ ଏହା ବାରମ୍ବାର ପ୍ରମାଣିତ ମଧ୍ୟ ହୋଇସାରିଛି। ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ବି ଏକ କୁକୁର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। କିଭ୍‌ର ଏହି କୁକୁର ନିଜ ଦେଶ ପାଇଁ ସାହସ ଏବଂ ବୀରତାର ପରିଚୟ ଦେଇ ଏକ ବିରାଟ ଉଦାହରଣ ସୃଷ୍ଟି କରିଛି।…

୮୪ ଲକ୍ଷରେ ବିକ୍ରି ହେଲା ଜେଲେନ୍‌ସ୍କିଙ୍କ ଜ୍ୟାକେଟ୍‌! ସଂଗୃହୀତ ଫଣ୍ଡ୍‌ରୁ ଲୋକଙ୍କୁ କରାଯିବ ସାହାଯ୍ୟ…

ଗତ ଦୁଇ ମାସରୁ ଅଧିକ ଦିନ ହେବ ଜାରି ରହିଛି ରୁଷ୍‌ ଓ ୟୁକ୍ରେନ ଯୁଦ୍ଧ। ଲଗାତାର ବୋମା ଓ ମିସାଇଲ୍‌ ମାଡ଼ରେ ୟୁକ୍ରେନ ସହରଗୁଡ଼ିକ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସାରା ଦୁନିଆ ସହିତ ୟୁକ୍ରେନର ଯୋଗାଯୋଗ ଏକପ୍ରକାର ବିଚ୍ଛିନ୍ନ ହୋଇପଡ଼ିଛି। ଇନ୍‌ଫ୍ରାଷ୍ଟ୍ରକ୍ଚରକୁ ବି ବହୁତ କ୍ଷତି ପହଞ୍ଚିଛି।…

ଆସନ୍ତାକାଲି ରୁଷର ବିଜୟ ଦିବସ, ୟୁକ୍ରେନ୍‌ ସମେତ ପାଶ୍ଚାତ୍ୟ ଦେଶ ଗୁଡିକ ଥରିଲେଣି ଭୟରେ

ନୂଆଦିଲ୍ଲୀ : ୯ ତାରିଖକୁ ନେଇ ଭୟ। ଆସନ୍ତାକାଲି ବିଜୟ ଦିବସ ପାଳିବ ରୁଷ୍‌। ନାଜି ଜର୍ମାନୀ ଉପରେ ମସ୍କୋର ବିଜୟ ପରିପ୍ରେକ୍ଷୀରେ ଏହା ପାଳନ କରାଯିବ। ଏହି ଦିନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ବଡ଼ ଯୁଦ୍ଧ ଘୋଷଣା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏହାକୁ ନେଇ ୟୁକ୍ରେନ୍‌ ଓ…