କିସ୍ତି ଭରିବାକୁ ଆଉ ପୋଷ୍ଟ ଅଫିସ ଯିବା ଦରକାର ନାହିଁ, ଘରେ ଏପରି ଜମା କରନ୍ତୁ ପେମେଣ୍ଟ

କୋଭିଡ ୧୯ର ବଢ଼ୁଥିବା ମାମଲା କାରଣରୁ ଦେଶରେ ପୁଣି ଥରେ କିଛି କିଛି ସ୍ଥାନରେ ତାଲାବନ୍ଦ ହୋଇଗଲାଣି। ଧୀରେ ଧୀରେ ସଂକ୍ରମିତଙ୍କ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି। ଯାହାଦ୍ୱାରା ସାଧାରଣ ଜନତାଙ୍କୁ ସମସ୍ୟା ହେବା ଆରମ୍ଭ ହେଲାଣି। ଅନ୍ୟପଟେ କରୋନାର ବଢ଼ୁଥିବା ସଂକ୍ରମଣ ଭିତରେ ସାର୍ବଜନିକ ସ୍ଥାନକୁ ଯିବାକୁ ମଧ୍ୟ ବିପଦ। ଏମିତି ପରିସ୍ଥିତିରେ ଯେତେ ସମ୍ଭବ ସେତେ ଆପଣ ଘରୁ ବାହାରକୁ ନ ବାହାରିବା ପାଇଁ ଚେଷ୍ଟା କରନ୍ତୁ।

ଯଦି ଆପଣଙ୍କୁ ପୋଷ୍ଟ ଅଫିସ୍‌ ଦ୍ୱାରା ଜାରି କରାଯାଇଥିବା Public Provident Fund(PPF), Recurring Deposit (RD )କିମ୍ବା Sukanya Samriddhi Yojana (SSY) ସୁକନ୍ୟା ସମୃଦ୍ଧି ଯୋଜନା ଭଳି ଅନେକ ଯୋଜନାର ମାସିକ କିସ୍ତି ଭରିବାର ଅଛି ତାହେଲେ ଆପଣଙ୍କୁ ଡାକଘର ଯିବାର ଆବଶ୍ୟକତା ନାହିଁ। ଏସବୁ ଯୋଜନାର କିସ୍ତି ଆପଣ ଅନଲାଇନ୍‌ ବି ପେମେଣ୍ଟ କରିପାରିବେ।

POSTକେମିତି ଘରେ ବସି ଅନଲାଇନରେ କିସ୍ତି ଭରିବେ ଜାଣନ୍ତୁ ତରିକା

  • ଯଦି ଆପଣଙ୍କ ପାଖରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର IPPB MOBILE BANKING ଆପ୍‌ ନାହିଁ ତାହେଲେ ସର୍ବପ୍ରଥମେ ଏହାକୁ ଆପଣଙ୍କ ମୋବାଇଲରେ ଡାଉନଲୋଡ୍‌ କରନ୍ତୁ।
  • ଆପ୍‌ ଡାଉନଲୋଡ କରିବା ପରେ ଆପଣ ନିଜ ଆକାଉଣ୍ଟ ବନାନ୍ତୁ।
  • ଏବେ ନିଜ ବ୍ୟାଙ୍କ ଆକାଉଣ୍‌ଟରୁ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର କରିନିଅନ୍ତୁ। ଆପଣ କୌଣସି ବି ବ୍ୟାଙ୍କକ ଖାତାରୁ ଏଥିରେ ଟଙ୍କା ଟ୍ରାନ୍ସଫର କରିପାରିବେ।
  • ଏହାପରେ ଆପଣଙ୍କୁ ପ୍ରଡକ୍ଟ ବାଛିବାକୁ ହେବ। ଏହାର ଅର୍ଥ ହେଉଛି ଆପଣଙ୍କୁ ଯେଉଁ ଯୋଜନାର କିସ୍ତି ଜମା କରିବାର ଅଛି ଯେମିତିକି PPF, SSY  କିମ୍ବା RD। ସେହି ଯୋଜନାକୁ ଚୟନ କରନ୍ତୁ।
  • ଏବେ ଆପଣ ଯେଉଁ ବି ଯୋଜନାରେ ଟଙ୍କା ଭରିବାର ବିକଳ୍ପ ଚୟନ କରିଛନ୍ତି, ସେଥିରେ ଆଗକୁ ବଢ଼ନ୍ତୁ। ଏଥିପାଇଁ ଆପଣ ଯୋଜନା ସମ୍ବନ୍ଧୀତ ଆକାଉଣ୍ଟ ନମ୍ବର ଏବଂ କଷ୍ଟମର ଆଇଡି ଦେବାକୁ କୁହାଯିବ।
  • ଏହାପରେ ଆପଣ କେତେ ଟଙ୍କା ଭରିବାକୁ ଚାହୁଁଛନ୍ତି, ଏହା ବାଛିବାକୁ ହେବ। ଜମା ରାଶି ଭରିବା ପରେ ପେ ବିକଳ୍ପ ଉପରେ କ୍ଲିକ କରିବାକୁ ହେବ।
Leave A Reply

Your email address will not be published.